ହ୍ୱାଟ୍‌ସଆପ୍‌ ଡାଉନ୍‌ ହେବାରୁ ଟେଲିଗ୍ରାମ୍‌କୁ ହେଲା ଲାଭ, ମିଳିଲା ୭ କୋଟି ୟୁଜର୍ସ

ନୂଆଦିଲ୍ଲୀ,ଏଜେନ୍ସି: ଗତ ସୋମବାର ସନ୍ଧ୍ୟାରେ ଅଚାନକ ହ୍ୱାଟସ୍‌ଆପ ସର୍ଭର ଡାଉନ୍‌ ହୋଇଯାଇଥିଲା। ତେବେ ସାମାଜିକ ଗଣମାଧ୍ୟମ ହ୍ୱାଟ୍‌ସଅପ୍‌ର ୟୁଜର୍ସ ଏଥିରେ ବିରକ୍ତ ପ୍ରକାଶ କରିଥିଲେ। ଏହା ପରେ ୭୦ ମିଲିୟନରୁ ଅଧିକ ୟୁଜର୍ସ ଟେଲିଗ୍ରାମ ସହିତ ଯୋଡ଼ି ହୋଇଗଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକାରେ ଗୋଟିଏ ସମୟରେ ଏତେ ବଡ଼ ସଂଖ୍ୟାରେ ଟେଲିଗ୍ରାମ ଡାଉନଲୋଡ କରିବାକୁ ଉଦ୍ୟମ କରିଥିଲେ ଯେ, କିଛି ସ୍ଥାନରେ ଟେଲିଗ୍ରାମ ଡାଉନଲୋ ସ୍ପିଡ କମିଯାଇଥିଲା।

ସୂଚନାଯୋଗ୍ୟ, ଗତ ସୋମବାର ହ୍ବାଟସ୍‌ଆପ ସମେତ ଫେସବୁକ୍‌, ଇନ୍‌ଷ୍ଟାଗ୍ରାମର ସର୍ଭର ଡାଉନ ରହିଥିଲା। ସୋସିଆଲ ମିଡିଆର ଏହି ପ୍ଲାଟଫର୍ମ ଗୁଡ଼ିକ ଅସ୍ଥାୟୀ ରୂପେ ପ୍ରାୟ ୬ ଘଣ୍ଟା ବନ୍ଦ ହୋଇଯାଇଥିଲା। ଫଳରେ ୟୁଜର୍ସମାନେ ବିଭିନ୍ନ ସମସ୍ୟାର ସାମ୍ନା କରିଥିଲେ। ଫେସବୁକ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା। ଲୋକେ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ନିଜ ଭିତରେ ସଂପର୍କ ସ୍ଥାପନ କରିବାରେ ବହୁ ଅସୁବିଧାର ସାମ୍ନା କରିଥିଲେ।

ସାମାଜିକ ଗଣମାଧ୍ୟମର ଅନ୍ୟତମ ପ୍ଲାଟଫର୍ମ ଟେଲିଗ୍ରାମ ଶୁଭାରମ୍ଭ ହେବାକୁ ଅନେକ ଦିନ ବିତିଯାଇଛି। ହ୍ବାଟସଅପକୁ ଟକ୍କର ଦେବା ପାଇଁ ଜୋରଦାର ଉଦ୍ୟମ କରିଛି। କିନ୍ତୁ ଏହା ହୋଇପାରୁ ନାହିଁ। କିନ୍ତୁ ସୋମବାର ହ୍ବାଟସଆପ ଡାଉନ ହେବା ପରେ ଟେଲିଗ୍ରାମକୁ ୭ କୋଟି ୟୁଜର୍ସ ମିଳିଛି।