ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୭ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮,୨୦୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଭୁବନେଶ୍ୱରରୁ ୭୫ ଓ ୮୬ ବର୍ଷୀୟ ବୃଦ୍ଧ, ଜଗତସିଂହପୁରରୁ ୭୯ ବର୍ଷୀୟ ବୃଦ୍ଧ, ଯାଜପୁରରୁ ୭୪ ବର୍ଷୀୟ ବୃଦ୍ଧ, କେନ୍ଦ୍ରାପଡ଼ାରୁ ୪୪ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ରୁ ୮୫ ଓ ୭୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ସମ୍ପୃକ୍ତ ମୃତକ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।