ଗଣଦୁଷ୍କର୍ମ ଅଭିଯୋଗରେ ୩୭ ଅଟକ

ଭବାନୀପାଟଣା,ଏନ୍ଏନ୍ଏସ୍ : ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ କଳାହାଣ୍ଡି ପୁଲିସ ତତ୍ପର ହୋଇଉଠିଛି। ଦୁଷ୍କର୍ମର ଶିକାର ଏଏନଏମ ଛାତ୍ରୀଙ୍କ ଡାକ୍ତରୀ ମାଇନା ପରେ ଯୁବତୀର ପ୍ରେମିକ ନରେନ୍ଦ୍ର ଶବରକୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ଗତ ୧୪ ତାରିଖରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ଭିଡିଓ ଗତକାଲି ଭାଇରାଲ ହୋଇଥିଲା। ଏନେଇ ପୀଡ଼ିତା ଜୁନାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବାରୁ ମନ୍ତ୍ରୀ ପୁଲିସକୁ କଡ଼ା ତାଗିଦ କରି ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ଘଟଣାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ମହିଳା କମିଶନର ମିନତୀ ବେହେରା ଆଜି ଜୁନାଗଡ଼ ଆସି ତଦନ୍ତ କରଛନ୍ତି। ଏହା ଏକ ଯୋଜନାବଦ୍ଧ ଘଟଣା ବୋଲି ପୁଲିସ ଅନୁମାନ କରୁଥିବାବେଳେ ନିକଟସ୍ଥ ଅଞ୍ଚଳର ଆଉ ୩୭ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।