ଗିରଫ ହେଲେ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ୭ ଯୁବକ

କଳାହାଣ୍ଡି,ଏନ୍ଏନ୍ଏସ୍: ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ କଳାହାଣ୍ଡି ପୁଲିସ ବୁଧବାର ୭ଜଣଙ୍କୁ ଗିରଫ କରିଛି। ଏ ନେଇ କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧର ବିଦ୍ଧିବଧ ଭାବେ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ତେବେ ୭୭ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଏସ୍‌ପି ସୂଚନା ଦେଇଛନ୍ତି। ଗଣଦୁଷ୍କର୍ମ ମାମଲାରେ ୪ଜଣ ସମ୍ପୃକ୍ତ ଥିବାବେଳେ ଅନ୍ୟ ୩ଜଣ ଏହି ଭିଡିଓକୁଭାଇରାଲ କରିଥିଲେ। ତେବେ ପୂର୍ବରୁ ହେପାଜତରେ ଥିବା ବସ୍‌ ଡ୍ରାଇଭର ଏଥିରେ ସମ୍ପୃକ୍ତ ନଥିବା ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତ ୧୪ତାରିଖରେ ପୀଡ଼ିତା ଜଣଙ୍କ ତାଙ୍କର ଏକ ବନ୍ଧୁ ସହ ଭବାନୀପାଟଣାରୁ ଲିଫ୍ଟ ଯୋଗେ ଘରକୁ ଆସୁଥିବାବେଳେ ଜାରିଙ୍ଗ ଜଙ୍ଗଲ ନିକଟରେ ଗାଡ଼ିକୁ ଅଟକାଇ କିଛି ଦୁର୍ବୃତ୍ତ ତାଙ୍କୁ ସେଠାରୁ ଟେକିନେଇ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ଜଣଙ୍କ ୨୨ତାରିଖରେ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏସ୍‌ପି ୩ଟି ସ୍ୱତନ୍ତ୍ର ଟିମ୍ କରି ତଦନ୍ତ କରିଥିଲେ।