ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୬୯୧ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୦ଲକ୍ଷ ୧୩ହଜାର ୮୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୨, ଷ୍ଟେଟପୋଲରୁ ୮୧, କଟକରୁ ୭୫, ଜଗତସିଂହପୁରରୁ ୩୦, ଯାଜପୁରରୁ ୨୯, ପୁରୀରୁ ୨୨, ଭଦ୍ରକରୁ ୧୬, ମୟୁରଭଞ୍ଜରୁ ୧୪, ସମ୍ବଲପୁରରୁ ୧୨, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୧୧ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୦, ଢେଙ୍କାନାଳ ଓ ନୟାଗଡ଼ରୁ ୭ ଲେଖାଏଁ, ଅନୁଗୁଳରୁ ୬, ବରଗଡ଼ ଓ ଝାରସୁଗୁଡ଼ାରୁ ୫ ଲେଖାଏଁ, ଦେଓଗଡ଼ ଓ ଗଞ୍ଜାମରୁ ୪ ଲେଖାଏଁ, କନ୍ଧମାଳ, କେଉଁଝର, କୋରାପୁଟ ଓ ରାୟଗଡ଼ାରୁ ୨ ଲେଖାଏଁ, ବୌଦ୍ଧ ଓ ସୋନପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୬ହଜାର ୯୫୩ ହୋଇଥିବାବେଳେ ୧୦ଲକ୍ଷ ୧୩ହଜାର ୮୩୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮ହଜାର ୨୦୨ଜଣଙ୍କର ମୃତ୍ୟୁ ଘଟିଛି ଓ ୪ହଜାର ୮୬୫ଜଣ ଚିକିତ୍ସିତ ହେଉଛନ୍ତି।