ଦିନକରେ ୬୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୧ଜଣ ଓ ସ୍ଥାନୀୟ ସଂକ୍ରମଣ ୨୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭୬ହଜାର ୭୦୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ୧୨, ସୁନ୍ଦରଗଡ଼ରୁ ୧୧, ବରଗଡ଼ ଓ ଝାରସୁଗୁଡ଼ାରୁ ୬ ଲେଖାଏଁ, ନୂଆପଡ଼ାରୁ ୫, ଦେଓଗଡ଼ ଓ ଯାଜପୁରରୁ ୪ ଲେଖାଏଁ, ଖୋର୍ଦ୍ଧା ଓ ସୋନପୁରରୁ ୩ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, କଟକ, ପୁରୀ ଓ ରାୟଗଡ଼ାରୁ ୨ ଲେଖାଏଁ, ବଲାଙ୍ଗିର, ବୌଦ୍ଧ, ଗଜପତି, କଳାହାଣ୍ଡି ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୧ଲକ୍ଷ ୮୯ହଜାର ୯୧୦ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ ହଜାର ୭୦୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୬ହଜାର ୭୦୫ଜଣ ସୁସ୍ଥ ହୋଇଛନ୍ତି, ୧୯୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୬୩୧ ଜଣ ଚିକିତ୍ସିତ ହେଉଛନ୍ତି।