ରାଜ୍ୟରେ ଆଉ ୬୮୧ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୬୮୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୯୮ଜଣ ଓ ସ୍ଥାନୀୟ ସଂକ୍ରମଣ ୨୮୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୦ହଜାର ୭୫୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୨୨, କଟକରୁ ୧୦୧, ଷ୍ଟେଟପୋଲରୁ ୪୮, ବାଲେଶ୍ୱରରୁ ୩୪, ଯାଜପୁରରୁ ୩୩, ମୟୁରଭଞ୍ଜରୁ ୨୭, ପୁରୀରୁ ୨୬, ସୁନ୍ଦରଗଡ଼ରୁ ୨୦, ଜଗତସିଂହପୁର ଓ ଢେଙ୍କାନାଳରୁ ୧୯ ଲେଖାଏଁ, ଅନୁଗୁଳରୁ ୧୮, ବରଗଡ଼ରୁ ୧୪ ଓ ଗଞ୍ଜାମ ଜିଲ୍ଲାରୁ ୧୩ଜଣ ରହିଛନ୍ତି। ସେହିପରି କେଉଁଝର, ସମ୍ବଲପୁର ଓ ନୟାଗଡ଼ରୁ ୧୦ ଲେଖାଏଁ, ଦେଓଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକରୁ ୯ ଲେଖାଏଁ, ସୋନପୁରରୁ ୬, ଝାରସୁଗୁଡ଼ା ଓ ରାୟଗଡ଼ାରୁ ୫ ଲେଖାଏଁ, କଳାହାଣ୍ଡିରୁ ୪, କୋରାପୁଟ, ମାଲକାନଗିରି ଓ ବୌଦ୍ଧରୁ ୩ ଲେଖାଏଁ ଓ ନବରଙ୍ଗପୁରରୁ ଜଣେ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୧୦ହଜାର ୭୫୩ ହୋଇଥିବାବେଳେ ୯ଲକ୍ଷ ୯୫ହଜାର ୪୭୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮ହଜାର ୪୦ଜଣଙ୍କର ମୃତ୍ୟୁ ଘଟିଛି ଓ ୭ହଜାର ୧୮୬ଜଣ ଚିକିତ୍ସିତ ହେଉଛନ୍ତି।