ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଯୋଗେ ରାଉରକେଲାରେ ପହଞ୍ଚିଲେ ୬୮୧ ପ୍ରବାସୀ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ରେଳ ଷ୍ଟେସନରେ ଆଜି ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ୬୮୧ ଜଣ ପ୍ରବାସୀ ଆସି ପହଞ୍ଚିଛନ୍ତି। ତେବେ ଏହି ଟ୍ରେନଟି ତ୍ରିପୁରାରୁ ଆସିଥିବା ଜଣାପଡ଼ିଛି। ସେଠାରେ ଜିଲ୍ଲା ପ୍ରଶାସନ ଓ ରାଉରକେଲା ମୁନିସିପାଲ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ଭାବେ ବସ୍ ଯୋଗେ ସେମାନଙ୍କ ଗନ୍ତବ୍ୟସ୍ଥଳୀକୁ ପଠାଯାଇଥିବା ଜଣାପଡ଼ିଛି।