ଝାରସୁଗୁଡ଼ାରୁ ୬୮ ପଜିଟିଭ ଚିହ୍ନଟ : ସଂଖ୍ୟା ୫,୨୭୦କୁ ବୃଦ୍ଧି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୬୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୭୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୪୧ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ଜଣେ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୭ଜଣ, ଝାରସୁଗୁଡ଼ା ବ୍ଲକରୁ ୩ ଜଣ ଓ ଲଖନପୁର ବ୍ଲକ ଅଞ୍ଚଳରୁ ୧୧ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଅନ୍ୟ ୫ଜଣ ବାହାର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୪,୭୨୦ ଜଣ ସୁସ୍ଥ ହୋଇଛନ୍ତି ଓ ୪୭୯ ଜଣଙ୍କ ଚିକିତ୍ସା ଜାରି ରହିଛି।