୬୮ କରୋନା ରୋଗୀ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୬୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୫,୪୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଭୁବନେଶ୍ୱରରୁ ୨୪, ପୁରୀରୁ ୧୧, ଅନୁଗୁଳରୁ ୮, ମୟୁରଭଞ୍ଜରୁ ୭, କେଉଁଝରରୁ ୬, ଖୋର୍ଦ୍ଧାରୁ ୫, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ନୂଆପଡ଼ା, ସୁନ୍ଦରଗଡ଼ ଓ ଗଞ୍ଜାମରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ, ଉଚ୍ଚ ରକ୍ତଚାପ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ଥିଲେ।