ଦେଶରେ ୬,୬୪୯ ଜଣଙ୍କର ମୁଣ୍ଡ ନେଲାଣି କୋରୋନା ମହାମାରୀ

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ଏବେ କରୋନା କାୟା ବିସ୍ତାର କରିଛି। ଏହି ପରିପ୍ରେକ୍ଷୀରେ ଭାରତରେ ସମୁଦାୟ ୨,୩୬,୧୮୪ ଜଣ ସଂକ୍ରମିତ ହୋଇଥିବା ବେଳେ ୬,୬୪୯ ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ଏହି ମହାମାରୀରୁ ୧,୧୩,୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୧୬,୩୦୨ଟି ଆକ୍ଟିଭ୍ କେସ୍ ରହିଛି। ତେବେ ସେମାନଙ୍କ ମଧ୍ୟରୁ ୮,୯୪୪ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଦେଶରେ ଏଯାଏଁ ୪୩,୮୬,୩୭୯ଟି ସାମ୍ପଲ ଟେଷ୍ଟ କରାଯାଇଛି।
ସେହିପରି ୨୪ ଘଂଟାରେ ସର୍ବାଧିକ ୯ ହଜାର ୮୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀ ଯୋଗୁଁ ୨୭୩ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୩୬,୧୮୪ରେ ପହଁଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହଜାର ୬୪୯କୁ ବୃଦ୍ଧି ପାଇଛି।