୬୬୧ ପଏଣ୍ଟ ଖସିଲା ସେନ୍ସେକ୍ସ

ମୁମ୍ବାଇ,ଏଜେନ୍ସି: ଗୋଟିଏ ପଟେ କରୋନା ସ୍ଥିତିକୁ ନେଇ ବିଶ୍ୱ ପୁଞ୍ଜି ବଜାରର ସ୍ଥିତି ଦିନକୁ ଦିନ ତଳକୁ ଯାଉଥିବା ବେଳେ ଏବେ ଚୀନ୍ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ନିବେଶକାରୀଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଉଛି। ଏନେଇ ମଙ୍ଗଳବାର ବିଶ୍ୱସ୍ତରରେ ଷ୍ଟକ୍ କାରବାର ହ୍ରାସ ପାଇବା ସହିତ ଭାରତୀୟ ଷ୍ଟକ୍ ବଜାର ମଧ୍ୟ ପ୍ରଭାବିତ ହୋଇଛି।

ମଙ୍ଗଳବାର ଫାଇନାନ୍ସିଆଲ, ଅଟୋମୋବାଇଲ ଏବଂ ମେଟାଲ ଆଦି କ୍ଷେତ୍ରରୁ ବିପୁଳ ପରିମାଣର ପୁଞ୍ଜି ପ୍ରତ୍ୟାହାରକୁ ନେଇ ଉଭୟ ବିଏସଇ ସେନସେକ୍ସ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି ସ୍ଥିତିରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି। ସେନସେକ୍ସ କାରବାରରେ ୧.୮ ପ୍ରତିଶତ ବା ୬୬୧ ପଏଣ୍ଟ ହ୍ରାସ ଘଟିବା ସହିତ କାରବାର ଶେଷ ବେଳକୁ ଏହା ୩୬,୦୩୩.୦୬ ପଏଣ୍ଟରେ ବନ୍ଦ ରହିଥିବା ବେଳେ ନିଫ୍ଟିରେ ୧୯୫ ପଏଣ୍ଟ ହ୍ରାସ ସହିତ ଏହା ୧୦,୬୦୭.୩୫ ପଏଣ୍ଟରେ ବନ୍ଦ ରହିଥିବା ଜଣାପଡ଼ିଛି।