ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ୬୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ କରୋନା ଯୋଦ୍ଧା ରହିଥିବା ଜଣାପଡ଼ିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୪୪୭କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କାଶିପୁରରୁ ୨୪, ଗୁଣପୁର ଗ୍ରାମାଚଂଳରୁ ୧୦, କଲ୍ୟାଣସିଂହପୁରରୁ ୧୦, ରାୟଗଡ଼ା ଗ୍ରାମାଚଂଳରୁ ୮, ବିଷମକଟକରୁ ୭, ରାୟଗଡ଼ା ପୌରାଚଂଳରୁ ୬ ଓ କଲୋନରାରୁ ଜଣେ ରହିଛନ୍ତି। ସେଥିମଧ୍ୟରୁ ୪୨ଜଣ ପୁରୁଷ ଏବଂ ୨୪ଜଣ ମହିଳା ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଗୃହ ସଙ୍ଗରୋଧରୁ ୪୮ଜଣ ଚିହ୍ନଟ ହୋଇଥିବାବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୨୦ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ବୌଦ୍ଧ ଏବଂ ଗଞ୍ଜାମ ଜିଲ୍ଲାରୁ ଫେରିଥିବା ୨ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୪୪୭ରେ ପହଞ୍ଚିଥିବାବେଳେ ୫,୬୮୭ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୨୬ ଜଣଙ୍କ ଚିକିତ୍ସା ଜାରି ରହିଛି।