ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୭୨ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନରୁ ୩୭୫ଜଣ ଓ ସ୍ଥାନୀୟ ସଂକ୍ରମଣ ୨୬୯ଜଣ ରହିଥିବା ଜଣାପଡ଼ିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୨ହଜାର ୫୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୮୩, କଟକରୁ ୭୭, ଷ୍ଟେଟପୋଲରୁ ୬୩, ବାଲେଶ୍ୱରରୁ ୩୪, ଜଗତସିଂହପୁରରୁ ୨୮, ପୁରୀରୁ ୨୨, ଯାଜପୁରରୁ ୨୦, ମୟୁରଭଞ୍ଜରୁ ୧୫, ଅନୁଗୁଳରୁ ୧୪, ସୁନ୍ଦରଗଡ଼ରୁ ୧୩, କେନ୍ଦ୍ରାପଡ଼ାରୁ ୧୧, ସମ୍ବଲପୁରରୁ ୧୦, ଭଦ୍ରକରୁ ୭, ନୟାଗଡ଼, ଢେଙ୍କାନାଳ ଓ ଗଞ୍ଜାମରୁ ୬ ଲେଖାଏଁ, ମାଲକାନଗିରି, ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୫ଲେଖାଏଁ, ଦେଓଗଡ଼ରୁ ୪, ରାୟଗଡ଼ାରୁ ୨, କନ୍ଧମାଳ, ସୋନପୁର, କେଉଁଝର ଓ ଗଜପତିରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୯୨ ହୋଇଥିବାବେଳେ ୧୦ଲକ୍ଷ ୮ହଜାର ୬୭୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୧୫୭ଜଣଙ୍କର ମୃତ୍ୟୁ ଘଟିଛି ଓ ୫ହଜାର ୭୧୩ଜଣ ଚିକିତ୍ସିତ ହେଉଛନ୍ତି।