ଭୁବନେଶ୍ୱରରୁ ପୁଣି ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱରରୁ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱେରେଣ୍ଟାଇନ  ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ୧୩ ଜଣ ଆରୋଗ୍ୟଲାଭ କରିଛନ୍ତି। ଏନେଇ ବିଏମସି ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ଲକ୍ଷ୍ମୀସାଗର ଉପର ସାହିରୁ ହୋଇଥିବାବେଳେ ୨ ଜଣ ଭୀମଟାଙ୍ଗୀ ଫେଜ-୨ରୁ ରହିଛନ୍ତି।

ସେହିପରି ସାଲିଆସାହିରୁ ୭ ଜଣ, ଚକେଇସିଆଣିରୁ ଜଣେ, ଭୋଇ ନଗରରୁ ୨ଜଣ, ହଟସ୍ପଟ ଜିଲ୍ଲାରୁ ଆସିଥିବା ଦୁଇଜଣ, କଳିଙ୍ଗନଗରରୁ ଜଣେ, ପୋଖରୀପୁଟରୁ ୨ଜଣ, ଡୁମଡୁମା ରଘୁନାଥ ନଗରରୁ ୪ଜଣ, ମଞ୍ଚେଶ୍ୱର ଧିରୁକୁଟି ବସ୍ତିରୁ ୨ଜଣ, ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କରୁ ଜଣେ ଓ ନିଳାଦ୍ରୀ ବିହାର ହରେକୃଷ୍ଣ ନଗରରୁ ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୭୦୪ରେ ପହଞ୍ଚିଛି। ସେହିପରି ୩୨୭ ଜଣ ସୁସ୍ଥ ହୋଇଥିବାବେଳେ ୩୬୮ ଆକ୍ଟିଭ କେସ ରହିଛି।  ଏଯାଏଁ ୮ ଜଣଙ୍କ ମୃତ୍ୟୁ ହୋଇଛି।