ଝାରସୁଗୁଡ଼ାର ୬୩ଟି ଗ୍ରାମ ଓ ଗୋଟିଏ ପଞ୍ଚାୟତ ବାଲ୍ୟ ବିବାହମୁକ୍ତ ଘୋଷିତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ୬୩ଟି ଗ୍ରାମ, ଗୋଟିଏ ଗ୍ରାମ ପଞ୍ଚାୟତ ଏବଂ ଝାରସୁଗୁଡ଼ା ଓ ବ୍ରଜରାଜନଗର ପୌରପରିଷଦର ୧୦ଟି ୱାର୍ଡକୁ ବାଲ୍ୟ ବିବାହମୁକ୍ତ ଗ୍ରାମ,ଗ୍ରାମ ପଞ୍ଚାୟତ ଓ ୱାର୍ଡ ଭାବରେ ଘୋଷଣା କରାଯାଇଛି। ଡିଏମଏଫ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହା ଘୋଷଣା କରିଛନ୍ତି । ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମାଜରୁ ଦୂରେଇ ଦେବା ସହ ଶିଶୁ କନ୍ୟାର ଭବିଷ୍ୟତକୁ ସୁରକ୍ଷିତ ରଖିବା ସକାଶେ ସମାଜର ପ୍ରତିଟି ବର୍ଗର ଲୋକେ ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀମତୀ କୁଲୁ କହିଥିଲେ । ସମଗ୍ର ଝାରସୁଗୁଡ଼ା ଜିଲ୍ଲାକୁ ବାଲ୍ୟ ଵିଵାହମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ସଚେତନ ହେବାକୁ ସେ ଆହ୍ଵାନ ଦେଇଥିଲେ । ସଭାରେ ଡିସିପି ଓ ସୁନନ୍ଦ ମହାରଣା ପ୍ରାକ ସୂଚନା ପ୍ରଦାନ କରିଥିବାବେଳେ ଡି ଏସ ଡବ୍ଲ୍ୟୁଓ ସୁପ୍ରଭା ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ବ୍ଲକର ୩୦ଟି, ଲଖନପୁର ଓ ଲଇକେରାର ୫ଟି ଲେଖାଏଁ, କିର୍ମିରାର ୧୩ଟି, କୋଲାବିରାର ୧୦ଟି, ଝାରସୁଗୁଡ଼ା ଓ ବ୍ରଜରାଜନଗର ଗ୍ରାମ ସମେତ ପୌରପାଳିକାର ୫ଟି ଲେଖାଏଁ ୱାର୍ଡ ଓ କୋଲାବିରା ବ୍ଲକର କୁଲିହାମାଲ ଗ୍ରାମ ପଞ୍ଚାୟତକୁ ବାଲ୍ୟ ଵିଵାହମୁକ୍ତ ଭାବରେ ଘୋଷଣା କରାଯାଇଛି ।