ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର। ଆଜି ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୧, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨, ଭଦ୍ରକ, ମୟୁରଭଞ୍ଜ ଓ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏଥି ସହିତ ମହାରାଷ୍ଟ୍ରର ଜଣେ ଆକ୍ରାନ୍ତ ଯିଏକି ଓଡ଼ିଶାରେ ଚିକିତ୍ସିତ ହେଉଥିଲେ ସିଏ ମଧ୍ୟ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚାନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୬୫ ଜଣ ଚିକିତ୍ସାଧୀନ ଅଛନ୍ତି।