୨୪ ଘଣ୍ଟାରେ ୬୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୭ଜଣ ଓ ସ୍ଥାନୀୟ ସଂକ୍ରମଣ ୨୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ ହଜାର ୭୬୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ୧୨, ବରଗଡ଼ରୁ ୮, କଟକ ଓ ଖୋର୍ଦ୍ଧାରୁ ୭ ଲେଖାଏଁ, ସୁନ୍ଦରଗଡ଼ରୁ ୫, ଯାଜପୁରରୁ ୩, ବାଲେଶ୍ୱର, ଝାରସୁଗୁଡ଼ା, କୋରାପୁଟ, ମୟୁରଭଞ୍ଜ, ରାୟଗଡ଼ା ଓ ଷ୍ଟେଟପୋଲରୁ ୨ ଲେଖାଏଁ, ଅନୁଗୁଳ, ଭଦ୍ରକ, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡ଼ା, କେଉଁଝର, ନୂଆପଡ଼ା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୨ଲକ୍ଷ ୭ହଜାର ୩୦୨ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ ହଜାର ୭୬୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୪ହଜାର ୧୬୬ଜଣ ସୁସ୍ଥ ହୋଇଛନ୍ତି, ୧୯୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୬୩୪ ଜଣ ଚିକିତ୍ସିତ ହେଉଛନ୍ତି।