ବ୍ରହ୍ମପୁର, ଏନ୍ଏନ୍ଏସ୍: ବୁଧବାର ବ୍ରହ୍ମପୁରରୁ ଆନ୍ଧ୍ରପ୍ରଦେଶ ଦେଇ ଏକ କାରରେ ଚୋରା ରୁପା ବିସ୍କୁଟ ଚାଲାଣ ହେଉଥିବାବେଳେ ଇଚ୍ଛାପୁର ପୁଲିସ ସେଥିରୁ ୬୨ କିଲୋ ରୂପା ଜବତ କରିଛି। ଏହି ଘଟଣାରେ ପୁଲିସ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମର ୩ ଜଣ ଯୁବକ ପି. ସୁରିବାବୁ, ଏନ.ଗୋବିନ୍ଦ ଏବଂ ଡ୍ରାଇଭର ବି. ନାର୍ସିମୁଲଙ୍କୁ ଗିରଫ କରିଛି। ବୁଧବାର ସକାଳେ ଉକ୍ତ କାରରେ ଉପରୋକ୍ତ ୩ ଜଣ ଯୁବକ ବ୍ରହ୍ମପୁରରୁ ପ୍ରାୟ ୬୨ କିଲୋ ଓଜନର ରୂପା ବିସ୍କୁଟ ନେଇ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ ଯାଉଥିଲେ। ଇଚ୍ଛାପୁର ଟାଉନଥାନା ପୁଲିସ ଖବରପାଇ ଉକ୍ତ ଗାଡ଼ିକୁ ଇଚ୍ଛାପୁର ଗ୍ରାମ ନିକଟରେ ଅଟକ ରଖି ଯାଞ୍ଚ କରିଥିଲେ। ଯାଞ୍ଚ୍ ବେଳେ ସେଥିରୁ ପ୍ରାୟ ୬୨ କିଲୋ ଓଜନର ରୁପା ବିସ୍କୁଟ ମିଳିଥିଲା। ଉକ୍ତ ରୁପା ବିସ୍କୁଟର ବିଲ୍ ମଧ୍ୟ ପୁଲିସ ଉପରୋକ୍ତ ଯୁବକମାନଙ୍କୁ ମାଗିଥିଲେ। ତେବେ ସେମାନେ କୌଣସି ବିଲ୍ ଦେଖାଇପାରି ନଥିଲେ। ୩ ଯୁବକଙ୍କୁ ପୁଲିସ ବର୍ତ୍ତମାନ ଗିରଫ କରିଥିବା ବେଳେ ଏ ନେଇ ଖୋଳତାଡ଼ ଆରମ୍ଭ କରିଛି