୬୧ତମ ସହିଦ ଦିବସ ପାଳିତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଓଏସଏପି ଦ୍ୱିତୀୟ ବାଟାଲିୟନ ପଡିଆରେ ଜିଲ୍ଲା ପୁଲିସ ପକ୍ଷରୁ ୬୧ ତମ ସହିଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର ଯୋଗଦେଇ ସହିଦଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଜିଲ୍ଲା ପୁଲିସ ରିଜର୍ଭ ଇନ୍ସପେକ୍ଟର ନୀଳମାଧବ ସ୍ୱାଇଁଙ୍କ ତତ୍ୱାବଧାନରେ ପ୍ୟାରେଡ କରିବାସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଓଏସଏପି ୨ୟ ବଟାଲିୟନର କମାଣ୍ଡାଣ୍ଟ ମନୋଜ କୁମାର ପୁରୋହିତ, ଡେପୁଟି କମାଣ୍ଡାଣ୍ଟ ଭବାନୀ ସେଠ, ଲକ୍ଷ୍ଣଣ କୁମାର ସିଂ,ସହ କମାଣ୍ଡାମ୍ଟ ମାନଧାତା ସାଏ, ଅତିରିକ୍ତ ଏସପି ଏନସି.ଦଣ୍ଡସେନା ପ୍ରମୂଖଙ୍କ ସହ ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀ ଓ ଯବାନମାନେ ଉପସ୍ଥିତ ଥିଲେ।