ରାଜ୍ୟରେ ପୁଣି ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୨୨ଟି ଜିଲ୍ଲାରୁ ପୁଣି ୬୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୧୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କୋରାପୁଟରୁ ୫୦ ଜଣ, ନବରଙ୍ଗପୁରର ୪୦ ଜଣ, ବରଗଡ଼ରୁ ୩୧ ଜଣ, ଖୋର୍ଦ୍ଧାରୁ ୨୯ ଜଣ, ବାଲେଶ୍ଵରରୁ ୨୭ ଜଣ, କେନ୍ଦୁଝରରୁ ୨୩ ଜଣ, ଜଗତସିଂହପୁରରୁ ୧୮ ଜଣ, ଯାଜପୁରରୁ ୧୭ ଜଣ, ମାଲକାନଗିରିରୁ ୧୪ ଜଣ, ମୟୂରଭଞ୍ଜରୁ ୧୩ ଜଣ, ଝାରସୁଗୁଡାରୁ ୧୧ ଜଣ, ଢେଙ୍କାନାଳ ଓ ଅନୁଗୁଳରୁ ୭ ଜଣ ଲେଖାଏଁ, କନ୍ଧମାଳରୁ ୬ ଜଣ, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, ଭଦ୍ରକ ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ ଏବଂ ପୁରୀ, ଗଜପତି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି କ୍ରମରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭କୁ ବୃଦ୍ଧି ହୋଇଥିବା ବେଳେ ୮ ହଜାର ୭୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସେପଟେ ରାଜ୍ୟରେ ୪ ହଜାର ୮୯୬ ଆକ୍ଟିଭ୍ କେସ୍ ରହିଛି।