କୋଲକାତା ଆଇଆଇଏମର ୬୧ ଛାତ୍ରଙ୍କୁୁ କରୋନା

କୋଲକାତା, ଏଜେନ୍ସି: କୋଲକାତା ଆଇଆଇଏମ (ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ)ର ୬୧ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏପ୍ରିଲ ୨ରେ ସେମାନଙ୍କର ନମୁନା ପଜିଟିଭ୍ ଆସିବାପରେ ବର୍ତ୍ତମାନ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ଏମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ ତିନିଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଏପ୍ରିଲ ପହିଲା ସୁଦ୍ଧା ୫୭୦ ଜଣ ଛାତ୍ର କ୍ୟାମ୍ପସ ଛାଡି ଘରକୁ ପଳାଇଥିବାବେଳେ ୩୩୫ ଜଣ ହଷ୍ଟେଲରେ ଅବସ୍ଥାନ କରୁଛନ୍ତି।