୬୦ ଲିଟର ଦେଶୀ ମଦ ଜବତ : ୩ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ପୁଲିସ ଶୁଖାଡ଼ିହି ଜଙ୍ଗଲରେ ଚଢ଼ଉ କରି ୬୦ ଲିଟର ଦେଶୀ ମଦ ଜବତ କିରିଛି। ଆଉ ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଶୁଖାଡ଼ିହି ଗ୍ରାମର ଡମ୍ବରୁଧର ସାହୁ (୩୭), ବାଉଁସେନପାଲି ଗ୍ରାମର ବିଜୟ ଖଡ଼ିଆ (୨୯) ଓ ରାଜକୁମାର ଖଡ଼ିଆ (୨୬) ବୋଲି ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ଶୁଖାଡ଼ିହି ଜଙ୍ଗଲରେ ବେଆଇନ ଦେଶୀ ମଦ ତିଆରି ହେଉଥିବା ଖବର ପାଇ ରେଙ୍ଗାଲି ପୁଲିସ ଅତର୍କିତ ଭାବରେ ଚଢ଼ଉ କରି ମଦ, ମଦ ତିଆରି ସାମଗ୍ରୀକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।