୬୦ ଦିନର ବୋନସ୍ ପାଇବେ ଇପିଏଫଓ କର୍ମଚାରୀ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) କର୍ମଚାରୀଙ୍କୁ ସରକାର ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଉପହାର ସ୍ୱରୂପ ଦୀପାବଳି ପୂର୍ବରୁ ବୋନସ୍ ଦେବା ଲାଗି ଘୋଷଣା କରିଛନ୍ତି। ଇପିଏଫଓର ‘ବି’ ଏବଂ ‘ସି’ ଶ୍ରେଣୀର କର୍ମଚାରୀମାନଙ୍କୁ ବୋନସ୍ ଆକାରରେ ୬୦ ଦିନର ଦରମା ପ୍ରଦାନ କରାଯିବ ବୋଲି ଶ୍ରମ ମନ୍ତ୍ରଣାଳୟ ତରଫରୁ ବିବୃତି ଜାରି କରାଯାଇଛି। ଏହି ବିବୃତି ମୁତାବକ, ଗ୍ରୁପ୍ ବି’ ଏବଂ ଗ୍ରୁପ୍ ସି’ର ସମସ୍ତ କର୍ମଚାରୀଙ୍କୁ ପ୍ରଡକ୍ଟିଭିଟି ଲିଙ୍କଡ ବୋନସ୍ (ପିଏଲବି) ସ୍କିମ୍ ଅନ୍ତର୍ଗତ ୬୦ ଦିନର ବୋନସ୍ ଦିଆଯିବ। ପ୍ରତ୍ୟେକ କର୍ମଚାରୀଙ୍କୁ ହାରାହାରି ୭୦୦୦ ଟଙ୍କାର ବୋନସ୍ ମିଳିବ। ପିଏଲବିର ୨୫% ଅର୍ଥ ସିଧାସଳଖ କର୍ମଚାରୀଙ୍କ ଦରମା ଖାତାକୁ ଯିବ ଏବଂ ବଳକା ୭୫% ଅର୍ଥ ସେମାନଙ୍କ ପିଏଫ୍ ଆକାଉଣ୍ଟରେ ଜମା ହେବ।