ଚୁଆରେ ବୁଡ଼ି ୬ ବର୍ଷର ଶିଶୁ ମୃତ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିଆଙ୍ଗବାଲି ପଞ୍ଚାୟତର କାକାମାହା ଗ୍ରାମରେ ବୁଧବାର ସକାଳୁ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଏକ ୬ ବର୍ଷର ଶିଶୁ ଗାଧୋଇବାକୁ ଯାଇଥିବାବେଳେ ଚୁଆରେ ବୁଡ଼ି ତା’ର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ କାକାମାହା ଗ୍ରାମର ରସାନ୍ତ ପ୍ରଧାନଙ୍କ ପୁଅ ବାଦଲ ପ୍ରଧାନ।

ସୂଚନା ଅନୁସାରେ ବୁଧବାର ସକାଳୁ ରସାନ୍ତ ନିଜ ପତ୍ନୀ ଏବଂ ପୁଅ ବାଦଲକୁ ନେଇ ନିଜ ଚାଷ ଜମିକୁ ଯାଇଥିଲେ। ସେଠାରେ ବାପା ଓ ମା’ ଚାଷ ଜମିରେ କାମରେ ବ୍ୟସ୍ତ ଥିବାବେଳେ ବାଦଲ ଚାଷ ଜମି ନିକଟରେ ଥିବା ଏକ ଚୁଆକୁ ଗାଧୋଇବାକୁ ଯାଇଥିଲେ। ତେବେ ବହୁ ସମୟ ଧରି ବାଦଲ ନଫେରିବାରୁ ବାପା ରସାନ୍ତ ପୁଅକୁ ଖୋଜାଖୋଜି କରିଥିଲେ। ଏହି ସମୟରେ ସେ ଚୁଆ ନିକଟରେ ପହଞ୍ଚିଥିଲେ। ପୁଅ ଚୁଆରେ ବୁଡ଼ି ଯାଇଥିବା ସନ୍ଦେହ କରି ଚୁଆ ଭିତରକୁ ଯାଇ ପୁଅକୁ ଚୁଆ ଭିତରୁ ଉଦ୍ଧାର କରିଥିଲେ। ମାତ୍ର ସେତବେଳକୁ ପୁଅର ମୃତ୍ୟୁ ହୋଇସାରିଥିଲା। ଶବ ବ୍ୟବଚ୍ଛେଦ ପାଇଁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ନିଆଯାଇଛି।