ରାଜଧାନୀରୁ ୬ ବର୍ଷର ଶିଶୁ ନିଖୋଜ, ଲିଙ୍ଗରାଜ ଥାନାରେ ଅଭିଯୋଗ

ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜଧାନୀରୁ ୬ବର୍ଷର ଶିଶୁ ନିଖୋଜ। ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଶିଶୁର ନାମ ଭଗବାନ ନାୟକ। ଶିଶୁର ବାପାଙ୍କ ନାମ ସନ୍ତୋଷ ନାୟକ ଓ ମାଙ୍କ ନାମ ମାମି ନାୟକ।

ବଢ଼େଇ ବାଙ୍କ ଛକ ନିକଟରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। କାମ କରିବା ବେଳେ କଣ୍ଟ୍ରାକ୍ଟର ପିଲାକୁ ନେଇ ଯାଇଥିବା ଅଭିଯୋଗ ହେଉଛି। କଣ୍ଟ୍ରାକ୍ଟରର ନା ଆନା ବୋଲି ପରିବାର ଲୋକେ କହୁଛନ୍ତି।