ଚେନ୍ନାଇରେ ୬ ଦାଦନ ଶ୍ରମିକ ଅଟକ, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ଦାଦନ ଖଟିବାକୁ ଯାଇଥିବା ୬ ଶ୍ରମିକ ଚେନ୍ନାଇରେ ଅଟକ ରହିଛନ୍ତି । ସମ୍ପୃକ୍ତ ଯୁବକମାନେ ହେଲେ ଭୁଏରମୁଣ୍ଡା ଗ୍ରାମର ଦିନବନ୍ଧୁ ସାହୁ (୨୨), ଶକ୍ତି ସାହୁ(୧୯), ସମୀର ସାହୁ(୧୮), ଅମୀର ସାହୁ(୧୯), ତୁମେଶ୍ୱର ସାହୁ(୧୮) ଓ ସମୀର ସାହୁ(୨୧) । ଉକ୍ତ ଯୁବକମାନେ ଚେନ୍ନାଇର ଟିଇସି ନାମକ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ସେମାନେ କମ୍ପାନୀ ମାଲିକଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା ପରେ ଏକ ଭିଡ଼ିଓ ଜରିଆରେ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ମଣ୍ଡଳଙ୍କୁ ଯୋଗାଯୋଗ କରାଯିବାରୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।