ଓଡିଶାରେ ଖୋଲିବ ଆଉ ୬ କୋର୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଓଡିଶାରେ ଖୋଲିବ ଆଉ ୬ ଟି କୋର୍ଟ । ଓଡିଶା ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷ ଆଉ ୬ଟି ନୂଆ କୋର୍ଟ ଖୋଲିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ ଓ ଖଡ଼ିଆଳଠାରେ ଗୋଟିଏ ଲେଖାଏ ଅତିରିକ୍ତ ଜିଲ୍ଲା ଓ ସେସନ୍ ଜଜ୍ କୋର୍ଟ ଖୋଲିବ । ଏହି ଜିଲ୍ଲା ଓ ସେସନ୍ କୋର୍ଟ ଖୋଲିବା ଦ୍ୱାରା କଟକରେ କୋର୍ଟ ସଂଖ୍ୟା ୪ ଓ ଭଦ୍ରକରେ ୨ରେ ପହଂଚିବ ।