ଝିଅ ଦୁଷ୍କର୍ମର ପ୍ରତିଶୋଧ ନେଲା ବାପା, ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା

ହାଇଦ୍ରାବାଦ,ଏଜେନ୍ସି: ନିଜ ପିଲାମାନଙ୍କ ପାଇଁ ପିତାମାତା ସବୁକିଛି କରିପାରନ୍ତି। ପିଲାଙ୍କ ଖୁସି ପାଇଁ ଦିନରାତି ପରିଶ୍ରମ କରିଥାନ୍ତି। ଯଦି କେବେ ପିଲାମାନଙ୍କ ଦେହ ଖରାପ ହୁଏ କିମ୍ବା କିଛି ହୋଇ ଯାଏ ତେବେ ପିତା, ମାତା ସହି ପାରନ୍ତି ନାହିଁ। ବେଳ ପଡ଼ିଲେ ନିଜ ପିଲାଙ୍କ ପାଇଁ ରକ୍ତମୁଖା ହୋଇ ପଡ଼ନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଞ୍ଚଳରୁ। ବିଶାଖାପାଟଣାରେ ଆପ୍ପାଲା ରାଜୁ ନାମକ ଜଣେ ୪୯ ବର୍ଷୀୟ ବ୍ୟକ୍ତି ଦାଆରେ ପଡୋଶୀ ରମନ୍ନା ପରିବାରର ୬ ଜଣଙ୍କୁ ନୃଶଂସଭାବେ ହତ୍ୟା କରିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଅଛନ୍ତି। ହତ୍ୟାକାରୀକୁ ପୁଲିସ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ସୂଚନା ଯୋଗ୍ୟ, ୨୦୧୮ରେ ରମନ୍ନା ପରିବାରର ବିଜୟ ନାମକ ଜଣେ ଯୁୁବକ ରାଜୁଙ୍କ ଝିଅକୁ ଦୁଷ୍କର୍ମ କରିବାପରେ ଉଭୟ ପରିବାର ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା। ଏହାପରେ ରାଜୁ ପ୍ରତିଶୋଧ ପାଇଁ ସୁଯୋଗ ଖୋଜୁଥିଲା।