ହୀରାକୁଦ ରିଜର୍ଭର ପାଣି ଯୋଗୁଁ ଫସି ରହିଛନ୍ତି ୬ ମାଙ୍କଡ, ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ଜିଲ୍ଲା By Nitidin On Nov 14, 2019 Share ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାର ଡୁମେରମୁଣ୍ଡା ଗାଁର ନିକଟସ୍ଥ ହୀରାକୁଦ ରିଜର୍ଭରରେ ଥିବା ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟରେ ୬ଟି ମାଙ୍କଡ ୩ ମାସ ହେଲାଣି ଫସି ରହିଛନ୍ତି। କଂକ୍ରିଟ ବେସ୍ ଚାରିପଟେ ହିରାକୁଦ ରିର୍ଜରର ପାଣି ଘେରି ରହିଥିବାବେଳେ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ରହିଛି। ଫଳରେ ମାଙ୍କଡମାନେ କୁଆଡେ ଯାଇପାରୁ ନାହାନ୍ତି। ଖାଦ୍ୟ ଅଭାବରୁ ବର୍ତ୍ତମାନ ମାଙ୍କଡ଼ମାନେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପ୍ରତିଦିନ ୩ ଓଳି ଖାଇବା ଦେଇ ଗ୍ରାମବାସୀ ମାଙ୍କଡ଼ମାନଙ୍କୁ କଷ୍ଟେ ମଷ୍ଟେ ଜୀବିତ ରଖିଛନ୍ତି। ଏ ସମ୍ପର୍କରେ ବନବିଭାଗ ଖବର ପାଇ ବୁଧବାର ସ୍ଥାନୀୟଲୋକ ଓ କିଛି ମତ୍ସଜୀବିଙ୍କ ସହ ଉଦ୍ଧାର ପାଇଁ ଚେଷ୍ଟ କରିଥିଲେ। ସେମାନେ ଗୋଟିଏ ଛୋଟ ମାଙ୍କଡକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ ହେଁ ଅନ୍ୟ ମାଙ୍କଡମାନେ ସେଠାରେ ଫସି ରହିଛନ୍ତି। ଆସନ୍ତାକାଲି ମାଙ୍କଡ଼ମାନଙ୍କୁ ଉଦ୍ଧାର କରିବା ପାଇଁ ପୁଣି ପ୍ରୟାସ କରାଯିବ ବୋଲି ବନ ବିଭାଗ କର୍ମଚାରୀ ରବି ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବୁଧବାର ସକାଳେ ବନ ବିଭାଗ ବାଉଁଶରେ ଏକ ଯନ୍ତା ତିଆରି କର କିଛି ଖାଇବା ରଖି ୬ ମାଙ୍କଡ଼ମାନଙ୍କୁୁ ଧରିବା ପାଇଁ ଚେଷ୍ଟା କରିଥିଲେ। ୩ଟି ମାଙ୍କଡ଼ ଯନ୍ତା ଭିତରେ ପଶିି ଯନ୍ତାକୁ ଭାଙ୍ଗି ପୁଣି ବିଦ୍ୟୁତ୍ ଖୁଣ୍ଟି ଉପରକୁ ଚାଲିଯାଇଥିଲେ। Share