ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ୬ ମହାବାଳ ବାଘଙ୍କ ମୃତ୍ୟୁ ଘଟିଛି । ମୃତ ୬ଟି ମଧ୍ୟରୁ ୩ଟି ମହାବଳ ବାଘ ଶିକାରୀଙ୍କ ଦ୍ୱାରା ମରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଏନେଇ ସୂଚନା ଦେଇଛନ୍ତି । ୨୦୧୮ ତଥ୍ୟ ଅନୁସାରେ ଓଡ଼ିଶା ଜଙ୍ଗଲରେ ୨୮ଟି ମହାବଳ ଅଛନ୍ତି । ୨୮ଟି ମହାବଳ ସହ ୭୬୦ଟି କଲରାପତରିଆ ବାଘ ମଧ୍ୟ ରହିଛନ୍ତି । ୧୦ ବର୍ଷରେ ୬ ମହାବଳ ସହ ୪୯ କଲରାପତରିଆ ମରିଛନ୍ତି । ମୃତ ୪୯ଟି କଲରାପତରିଆ ମଧ୍ୟରୁ ୨୬ଟି ଶିକାରୀଙ୍କ ଦ୍ୱାରା ମରିଥିବା ମନ୍ତ୍ରୀ କହିଛନ୍ତି ।