ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଡୁଙ୍ଗୁରିପାଳି ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରୁ ୬ଲକ୍ଷ ଟଙ୍କା ଓ ୧୦ଭରି ସୁନା ଅଳଙ୍କାର ଡକାୟତି ହୋଇଛି। ମିଳିଥିବା ରିପୋର୍ଟ ମୁତାବକ, ଅଜିତ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୬ ଜଣ ମୁଖା ପିନ୍ଧିଥିବା ଡକାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଜଣଙ୍କୁ ଆକ୍ରମଣ କରି ଡକାୟତି କରିଥିଲେ। ଏନେଇ ଅଜିତ ସଇଁନ୍ତଲା ଥାନାରେ ଅଭିଯୋଗ କରିବା ପରେ ଏହାକୁ ଆଧାର କରି ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ ପହଁଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀଙ୍କ ସହ ବଲାଙ୍ଗୀରର ସାଇଣ୍ଟିଫିକ ଟିମ୍ ପହଁଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଖୁବଶୀଘ୍ର ଅଭିଯୁକ୍ତମାନେ ଧରା ପଡ଼ିବେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।