ବୈଦ୍ଧରୁ ଭୁବନେଶ୍ୱର ଯାଉଥିବା ଘରୋଇ ବସକୁ ୬ଲକ୍ଷ ୭୨ହଜାର ଫାଇନ

ବୈଦ୍ଧ,ଏନ୍ଏନ୍ଏସ୍: ଗତ ୧ ତାରିଖରୁ ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକ ମାନେ ଏଥିପ୍ରତି ସଚେତନତା ହେଉନାହାନ୍ତି। ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟମକୁ ୬ମାସ କୋହଳ କରାଯାଇଥିବା ବେଳେ ଲୋକମାନେ ସୁଧୁରିବାର ନା ନେଉନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୈଦ୍ଧ ଜିଲ୍ଲାରେ।

ବୈଦ୍ଧରୁ ଭୁବନେଶ୍ୱର ଆଭିମୁଖେ ଯାଉଥିବା ଏକ ଘରୋଇ ବସକୁ ୫ଟି ଟ୍ରାଫିକ ରୁଲ ଉଲଂଘନ କରିଥିବା ଅଭିଯୋଗରେ ଫାଇନ ହୋଇଛି। ମିନାର ନାମକ ଏକ ଘରୋଇ ବସକୁ ଫାଇନ ହୋଇଥିବା ବେଳେ ଏହି ଗାଡ଼ିର ମାଲିକ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ବୈଦ୍ଧ ଆରଟିଓ ଗାଡ଼ିଟିକୁ ଅଟକ ରଖିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଉକ୍ତ ବସଟି ବିନା ରେଜିଷ୍ଟ୍ରେସନରେ ଚାଲୁଥିବା ବେଳେ ଗାଡ଼ିର କାଗଜପତ୍ର ଠିକ୍ ନଥିଲା। ଗାଡ଼ିର ଲାଇସେନ୍ସ ଓ ରୁଟ ପରମିସନ ମଧ୍ୟ ନଥିଲା। ଏଥିସହ ୨୦୧୮ରୁ ବସଟି ରୋଡ ଟ୍ୟାକ୍ସ ବକେୟାର ରଖିଥିବା ଜଣାପଡ଼ିଛି। ଏହି ସବୁ ତଥ୍ୟକୁ ଆଧାର କରି ୬ଲକ୍ଷ ୭୨ହଜାର ୪୪୫ଟଙ୍କା ଫାଇନ୍ କରାଯାଇଛି।