ଗାଧୋଇବା ବେଳେ ମହାନଦୀରେ ଭାସିଗଲେ ୬ ଝିଅ, ୫ ଉଦ୍ଧାର

ସମ୍ବଲପୁର,ଏନ୍ଏନ୍ଏସ୍: ମହାନଦୀରେ ଗାଧୋଇବାକୁ ଯାଇ ୬ଜଣ ଝିଅ ଭାସିଯାଇଥିବା ଜଣାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣଙ୍କ ପତ୍ତା ମିଳିନାହିିଁ। ସାରା ଦେଶ ଦଶହରାକୁ ନେଇ ଉତ୍ସବର ମଖର ହୋଇଥିବାବେଳେ ସମ୍ବଲପୁରରୁ ରବିବାର ଏକ ଅଘଟଣ ଘଟିଯାଇଛି।

ସୂଚନା ଅନୁଯାୟୀ ଉକ୍ତ ୬ଜଣ ଝିଅ ସକାଳେ ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ସ୍ରୋତ ପ୍ରଖର ଥିବାରୁ ସେମାନେ ଭାସି ଯାଇଥିଲେ। ତେବେ ଏହି ଘଟଣାଟି ସମ୍ବଲପୁର ସଡ଼କ ଘାଟ ନିକଟରେ ଘଟିଥିଲା। ଏହି ଦେଖି ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀ, ପୁଲିସକୁ ଖବର ଦେଇଥିଲେ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଅଗ୍ନିଶମ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ୫ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଅନ୍ୟଜଣଙ୍କର ସନ୍ଧାନ ମିଳିପାରିନାହିିଁ। ନିଖୋଜ ଯୁବତୀଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।