୧୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ମିଳିଲା ୧୦ ହଜାର ଟଙ୍କାରେ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ର। ରାଜଧାନୀ ମାଳିସାହିର ଜଣେ ମହିଳା କିଣିଥିଲେ। ଖାରବେଳ ନଗର ପୁଲିସ ସହାୟତାରେ ଉଦ୍ଧାର କରିଛି ଚାଇଲଡ଼ଲାଇନ।

ଖାରବେଳ ନଗର ଥାନା ଅଞ୍ଚଳର ମାଳିସାହିର ଜଣେ ମହିଳା ଶିଶୁଟିକୁ କିଣିଥିବା ଜଣାପଡ଼ିଛି। ଏନେଇ ଖୁବଶୀଘ୍ର ଏତଲା ହେବ ବୋଲି ଶିଶୁ କଲ୍ୟାଣ କମିଟି ପକ୍ଷରୁ ସୁଚନା ମିଳିଛି। ଜଣେ ଦଲାଲ ଜରିଆରେ ଛୁଆ ବିକ୍ରିର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଛୁଆକୁ ବିକ୍ରି କରାଯାଉଥିବା ଓ ଦଲାଲ ଡିଲ କରୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ଆଧାର କରି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ ଓ ଚାଇଲ୍ଡଲାଇନ। ଏନେଇ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ସୂଚନା ଦିଆଯାଇଥିବା ଚାଇଲ୍ଡଲାଇନ ସଦସ୍ୟ ବେଣୁଧର ସେନାପତି କହିଥିଲେ।