ସ୍ୱର୍ଣ୍ଣ ବିଜେତା ପ୍ରମୋଦଙ୍କୁ ୬ କୋଟିର ପୁରସ୍କାର ରାଶି

  • ଭୁବନେଶ୍ୱର: ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତଙ୍କୁ ୬କୋଟି ଟଙ୍କାର ଆର୍ôଥକ ପୁରସ୍କାର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୮ ତାରିଖରେ ଟୋକିଓ ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଓଡ଼ିଆ ଅଲିମ୍ପିଆନ୍ ଓ ପାରା ଅଲିମ୍ପିଆନଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତାଙ୍କୁ ୬କୋଟି, ରୌପ୍ୟ ପଦକ ବିଜେତାଙ୍କୁ ୪ କୋଟି ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୨.୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏଥିସହିତ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଉଭୟ ଅଲିମ୍ପିଆନ୍ ଓ ପାରା ଅଲିମ୍ପିଆନଙ୍କ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଥିଲେ।
  • ପୂର୍ବ ଘୋଷଣା ମୁତାବକ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଓଡ଼ିଆ ସଦସ୍ୟ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଢ଼େଇ କୋଟି ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଐତିହାସିକ ସଫଳତା ହାସଲ କରିଥିବା ପ୍ରମୋଦ ଭଗତଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କାର ପୁରସ୍କାର ଦିଆଯିବ। ଏଥିସହ ଗ୍ରୁପ ‘ଇ’ ଲେବୁଲର ସରକାରୀ ଚାକିରି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ ଚେକ୍ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।