ରାଜ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମନ୍ତେ ଅନୁଗୁଳ ଜିଲ୍ଲାର ବୋଲି ଜଣାପଡ଼ିଛି। ଛେଣ୍ଡିପଦା ବ୍ଲକର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଚିହ୍ନଟ ହୋଇଛନ୍ତି। ସମସ୍ତେ ତାମିଲନାଡୁରୁ ଫେରିଥିଲେ। ବୟସ ୨୦ରୁ ୪୪ବର୍ଷ ଭିତରେ ବୋଲି ଜଣାପଡ଼ିଛି। ଗତ ୭ତାରିଖରୁ ସମସ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ। ତାଙ୍କର ସ୍ୱାବ୍ ନମୂନା ପାଇଁ ପଠାଯାଇଥିଲା। ଆଜି ସମସ୍ତଙ୍କର ପଜିଟିଭ୍ ବାହାରିଛି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୨୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟ ୧୪ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଜି ସକାଳେ ରାଜ୍ୟରେ ୧୩୬ଜଣ କରୋନା ଆକ୍ରାନ୍ତ ୧୪ଟି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ୫୪ଜଣ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ କର୍ମଚାରୀ ଚିହ୍ନଟ ହୋଇଥିଲେ। ଅନ୍ୟ ପଟେ ରାଜ୍ୟରେ ଆଉ ୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ୩୩୯୨କୁ ବୃଦ୍ଧିପାଇଛି।ସେଥିମଧ୍ୟରୁ ୯ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୨୩୫୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୧୦୨୬ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନନ୍ତି।