ହତ୍ୟା ଉଦ୍ୟମ: ବିଧାୟକଙ୍କ ସମେତ ୬ ଗିରଫ

ଜୟପୁର,ଏଜେନ୍ସି: ରାଜସ୍ଥାନ ପୁଲିସ ଏକ ହତ୍ୟା ଉଦ୍ୟମ ମାମଲାରେ ଅଲୱାର ଜିଲ୍ଲା ଅନ୍ତର୍ଗତ ବେହରୋର୍ ନିର୍ବାଚନମଣ୍ଡଳୀର ସ୍ୱାଧୀନ ବିଧାୟକ ବଲଜିତ୍ ଯାଦବଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ରାଜ୍ୟର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଯଶୱନ୍ତ ଯାଦବଙ୍କ ପୁଅ ମୋହିତ ଯାଦବଙ୍କୁ ଏହି ଅଭିଯୁକ୍ତମାନେ ରବିବାର ସକାଳେ ଅଲୱାର ରୋଡ୍ ଅଞ୍ଚଳରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାଜନୈତିକ ଆକ୍ରୋଶରୁ ଏଭଳି ଆକ୍ରମଣ କରାଯାଇଥିବା ପୁଲିସ ଆଶଙ୍କା କରୁଛି। ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।