ଲକ୍ ଡାଉନ ଅମାନ୍ୟ କରି ୬ ଗିରଫ

ଦେବଗଡ,ଏନ୍ଏନ୍ଏସ୍ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କୋରନା ଭାଇରସ ଓଡ଼ିଶା କୁ ପ୍ରବେଶ କରିବା ପରେ ସରକାର ଏବଂ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ଘୋଷଣା କରି ସାରା ରାଜ୍ୟକୁ ଲକ ଡାଉଡ ଘୋଷଣା କରିଛନ୍ତି। ଏପରି ସ୍ଥଳେ ଜିଲ୍ଲାର ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସକାଳ ୬ ରୁ ୧୦ଟା ପର୍ଯ୍ୟନ୍ତ ରାସନ ଦୋକାନ ,ଔଷଧ ଦୋକାନ ,ପନିପରିବା, ମାଛ ,ଅଣ୍ଡା ,ଫଳ ଓ କ୍ଷୀର ଦୋକାନ ଗୁଡିକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଖୋଳା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଜାରି କରା ଯାଇଛି । ଯାନବାହାନ ଚଳା ଚଳ ଉପରେ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ କେତେକ ଜନସାଧାରଣ ଏହାକୁ ମାନୁ ନ ଥିବାରୁ ଗତକାଲି ଦେବଗଡ ଥାନାରେ ୨ଟି ମାମାଲା ରୁଜୁ ହୋଇଥିବା ବେଳେ ପୁଲିସ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୫ଟି ବାଇକ ଜବତ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।