ଜଟଣୀ,ଏନ୍ଏନ୍ଏସ୍: ଜଟଣୀ ବ୍ଲକ୍ ଛଣଘର ପଞ୍ଚାୟତରେ ଥିବା ୬ ଶହ ଏକର ଜମିକୁ କିଣିଲା ଇଣ୍ଡିଆନ୍ ଅଏଲ୍ କର୍ତ୍ତୃପକ୍ଷ। ଇଣ୍ଡିଆନ ଅଏଲ୍ ଅନେକ ଜମିକୁ ବ୍ୟବହାର କରୁଥିବା ନେଇ ସ୍ଥାନୀୟ କିଛି ଲୋକେ ଅଭିଯୋଗ ଆଣିଥିଲେ। ତେଣୁ ଇଣ୍ଡିଆନ୍ ଅଏଲ୍ ତା’ର ଆବଶ୍ୟକତାକୁ ନେଇ ଜଗନ୍ନାଥଙ୍କ ଜମିର ଖାତା ନଂ ୯୮୦/୫୧, ପ୍ଲଟ୍ ନଂ : ୨୫୪୩/୩୩୬୬ରୁ ୨ଏକର ୨୩୦ ଡିସିମିଲ୍ ଏବଂ ଖାତା ନଂ: ୪୮୦/୧୦୭ ପ୍ଲଟ୍ ନମ୍ବର ୩୦୪୦/୩୯୧ର ୩ ଏକର ୩୩୦ ଡିସିମିଲ୍ ମୋଟ ୬ ଏଜର ଜମିକୁ କିଣି ନିଜ ଅଧୀନକୁ ନେଇଛି। ଏ ବାବଦକୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ୯ କୋଟି ଟଙ୍କା ଜଗନ୍ନାଥଙ୍କ ତହବିଲକୁ ଦେଇ ନିଜ ନାମରେ ରେଜିଷ୍ଟ୍ରେସନ୍ କରାଇ ନେଇଥିବା ସ୍ଥାନୀୟ ଟେମ୍ପଲ୍ ତହସିଲର ଅଧିକାରୀ ପ୍ରକାଶ କରିଛନ୍ତି।
ଇଣ୍ଡିଆନ୍ ଅଏଲ ଉକ୍ତ ଜମିକୁ ଖର୍ଦ୍ଦି କରିବା ପରେ ଡିପୋ ସମ୍ମୁଖରେ ଥିବା ସମ୍ପୃକ୍ତ ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରାଚୀର ନିର୍ମାଣ ଆରମ୍ଭ କରିଛି। କିନ୍ତୁ ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନରେ ରହି ଗୁଜୁରାଣ ମେଣ୍ଟାଉଥିବା ୨୩ଟି ଦୋକାନକୁ ଟେମ୍ପଲ ଓ ଜଟଣୀ ତହସିଲର ଉପସ୍ଥିତିରେ ଉକ୍ତ ଅଞ୍ଚଳରୁ ଆଜି ଅବରୋଧ ହଟାଯାଇଛି। ଏଣିକି ଇଣ୍ଡିଆନ୍ ଅଏଲ ଜଟଣୀ ଡିପୋ କିଣିଥିବା ଜଗନ୍ନାଥ ଜମିକୁ ବିନା ଦ୍ୱନ୍ଦ୍ୱରେ ନିଜ ଅକ୍ତିଆରରେ ରଖିବ। ଆଜିର ଏହି ଉଚ୍ଛେଦ ପ୍ରକ୍ରିୟାରେ ଜଟଣୀ ତହସିଲ, ଜଟଣୀ ଟେମ୍ପଲ୍ ତହସିଲ ଓ ଜଟଣୀ ଥାନାର ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।