ମାଲକାନଗିରି ଜିଲ୍ଲାର କୋଭିଡ-୧୯ ଚିିକିତ୍ସାଳୟ ପରିଦର୍ଶନ କଲେ ୫ଟି ସଚିବ ଓ ଉନ୍ନୟନ କମିସନର

ମାଲକାନଗିରି,ଏନ୍ଏନ୍ଏସ୍: ଆଜି ୫ଟି ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ପୁରୁଣା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ କୋଠାରେ ପ୍ରତିଷ୍ଠା ହୋଇଥିବା କୋଭିଡ-୧୯ ଚିକିତ୍ସାଳୟ ପରିଦର୍ଶନ କରି ଫେରିଛନ୍ତି। ପ୍ରଥମେ ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପ ପରିସରରେ ହେଲିକାଫ୍ଟର ଯୋଗେ ଅବତରଣ କରିବା ପରେ କୋଭିଡ-୧୯ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।

ସେଠାରେ କୋଭିଡ-୧୯ ଚିକିତ୍ସାଳୟର ଭେଣ୍ଟିଲେଟର, ଆଇସିୟୂ ଓ ୱାର୍ଡ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କରୋନା ଭୂତାଣୁର ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ ହୋଇଥିଲେ। ଜିଲ୍ଲା ପ୍ରଶାସନର ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ ହୋଇ ଉଭୟ ସଚିବ ଖୁସି ପ୍ରକଟ କରିଛନ୍ତି।

ତାଙ୍କର ଏହି ଗସ୍ତ ସମୟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଋିଷିକେଶ ଡି ଖିଲାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଅରୁଣ କୁମାର ପାଢ଼ୀ, କୋଭିଡ-୧୯ ଚିକିତ୍ସାଳୟର ନୋଡାଲ ଅଧିକାରୀ ତଥା ବରିଷ୍ଠ ଭେଷଜ ବିଶେଷଜ୍ଞ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ସମସ୍ତ ପଦକ୍ଷେପ ଉପରେ ଅବଗତ କରାଇଥିଲେ।

ଏହାପରେ କୋରାପୁଟରେ ୫-ଟି ସଚିବ ଏବଂ ମୁଖ୍ୟ ଶାସନ ସଚିବ ପହଞ୍ଚି ହସ୍ପିଟାଲର ଅନୁଧ୍ୟାନ କରିଛନ୍ତି।