୫ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ନିଲମ୍ବିତ

ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼କୁ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ରବିବାର ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ବୁଲି ଦେଖିଛନ୍ତି। ଡାକ୍ତରଖାନରେ ମାତୃ ଓ ଶିଶୁ ବିଭାଗ ପରିଦର୍ଶନ କରିବା ସହ ରୋଗୀ ସେବା ଠିକ ଭାବରେ ହେଉଛି କି ନାହି ସେ ନେଇ ରୋଗୀଙ୍କ ସହ ଆଲୋଚନା କରିଥିଲେ।

୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ସାମିଲ ଅଛନ୍ତି। ତେବେ ଏହି ସମୟରେ ଶ୍ରୀ ପାଣ୍ଡିଆନ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ କେତେକ ତ୍ରୁଟି ଥିବା ଦେଖି ବିରକ୍ତ ପ୍ରକାଶ କରିବା ସହ ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଡ. ପଙ୍କଜ ପଟେଲଙ୍କୁ ନିଲମ୍ବିତ କରିଛନ୍ତି।

ଏହାଛଡ଼ା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ଏହାପରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ରାଉରକେଲା ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି।