କରୋନା ସ୍ଥିତି ସମୀକ୍ଷା ପାଇଁ ଗଞ୍ଜାମରେ ୫ଟି ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଞ୍ଜାମରେ କରୋନା ସ୍ଥିତି ଅସମ୍ଭାଳ ପରିସ୍ଥିତରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ କରୋନା ପଜିଟିଭ କେସ ସାମ୍ନାକୁ ଆସୁଥିବା ଦେଖାଯାଇଛି। ତେବେ ଏହାର ସ୍ଥିତି ସମୀକ୍ଷା କରିବାକୁ ଯାଇ ଆଜି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ଏ ନେଇ ସେ ଗଜପତି ବ୍ଲକ୍ ଗସ୍ତ କରି ସେଠାରେ ରହିଥିବା କ୍ୱାରେଣ୍ଟାଇନ ଗୃହ ଓ ହସ୍ପିଟାଲର ଅନୁଧ୍ୟାନ କରିଛନ୍ତି।

ସେହିପରି ସେ ରାୟଗଡ଼ା ଜିଲ୍ଲା ମଧ୍ୟ ଗସ୍ତ କରିଥିବା ଜଣାପଡ଼ିଛି।