ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଏବଂ ଉପାଧ୍ୟକ୍ଷା ବର୍ଷା ରାଣୀ ମୁଣ୍ଡା ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେମାନେ ଜିଲ୍ଲାର ସାମଗ୍ରିକ ବିକାଶ ତଥା ସରକାରଙ୍କ ବିଭିନ୍ନ ପ୍ରକଳ୍ପ, ଉନ୍ନୟନ ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା କରିଥିଲେ।
୫-ଟି ସଚିବ ଶ୍ରୀ ପାଣ୍ଡିଆନ ଉଭୟ ନବନିର୍ବାଚିତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇ ଦେବଗଡ଼ ଜିଲ୍ଲାକୁ ଏକ ସୁଦୃଢ଼ ଜିଲ୍ଲାରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସମସ୍ତ ସରକାରୀ ଯୋଜନାର ଲାଭ ଲୋକେ ଯେପରି ଉଠାଇପାରିବେ ସେ ଦିଗରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଜିଲ୍ଲାର କେତେକ ସମସ୍ୟାର ସମାଧାନ ନେଇ ଉଭୟ ଶ୍ରୀ ପ୍ରଧାନ ଓ ଶ୍ରୀମତୀ ମୁଣ୍ଡା ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।