ରାମନାଗୁଡ଼ା,ଏନ୍ଏନ୍ଏସ୍: ରାମନାଗୁଡ଼ା ବିଡିିଓ ସୁଶ୍ରୀ ପ୍ରଭାତି ଝୋଡ଼ିଆ ବ୍ଲକର ୫ଟି ବିଦ୍ୟାଳୟ ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଡିଓ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଭଗ୍ନ କୋଠା, ପ୍ରଧାନଶିକ୍ଷକ ପ୍ରକୋଷ୍ଠ ଓ ଶିକ୍ଷକ କାର୍ଯ୍ୟାଳୟ ବୁଲି ଦେଖିଥିଲେ । ଏହାର ନବୀକରଣ କରାଯିବାକୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଡିଓଙ୍କୁ ଅନୁରୋଧ କରାଯାଇଛି । ସେହିପରି ଛାତ୍ରାବାସର ଉଭୟ ପାଖରେ ସମତଳ ସହ ଜଳ ନିଷ୍କାସନ ବ୍ୟବସ୍ଥା ସହ ସିସି ରାସ୍ତା ନିର୍ମାଣ, ଖେଳ ପଡ଼ିଆ ପ୍ରସ୍ତୁତି ଓ ହାଇମାସ୍କ ଲାଇଟ ପ୍ରଦାନ ପାଇଁ ଦାବି କରାଯାଇଥିଲା । ବିଦ୍ୟାଳୟର ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ ଓ ଜିଲ୍ଲା ବିଜେଡି ସମ୍ପାଦକ ଗଗନ ଆଚାର୍ଯ୍ୟଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।