୫-ଟି ଇଫେକ୍ଟ: ଡିଏସଡବ୍ଲ୍ୟୁଓ ନିଲମ୍ବିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସଡବ୍ଲ୍ୟୁଓ) ସ୍ବର୍ଣ୍ଣଲତା ବିଶ୍ୱାସଙ୍କୁ ୫ଟି ଅଧୀନରେ ମୋ ସରକାର ନିଲମ୍ବିତ କରିଛନ୍ତି। ଗତକିଛି ଦିନ ପୂର୍ବରୁ ମାଲକାନଗିରି ସିଡିପିଓ ବିପୁଳା ସରଦାର ନିଜ କାର୍ୟ୍ୟରେ ଅବହେଳା ଏବଂ ସୁପରଭାଇଜର ଥିବାବେଳେ ଅନିୟମିତତାରେ ଲିପ୍ତ ରହିଥିବା ସହ ପିସି ଆଦାୟ କରୁଥିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ।

ତେବେ ସିଡ଼ିପିଓ ବିପୁଳା ସରଦାରଙ୍କୁ ପଦୋନ୍ନତିରେ ସାହଯ୍ୟ କରିଥିବାରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ୫ଟି ଅଧୀନରେ ମୋ ସରକାର ନିଲମ୍ବିତ କରିଥିବା ଜଣାପଡ଼ିଛି । ବିଭିନ୍ନ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ଏହି ଦୁଇ ଅଧିକାରୀ ଙ୍କ ବିରୋଧରେ ତଦନ୍ତ କରି ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବା ପରେ ସରକାର ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।