ଦିନକରେ ୫୮ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୫୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ଜଣ ଓ ସ୍ଥାନୀୟ ସଂକ୍ରମଣ ୨୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୪୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୦, ଖୋର୍ଦ୍ଧାରୁ ୭, ବାଲେଶ୍ୱର ଓ ପୁରୀରୁ ୬ ଲେଖାଏଁ, ଅନୁଗୁଳରୁ ୫, ମୟୁରଭଞ୍ଜରୁ ୪, ପୁରୀରୁ ୩, ବଲାଙ୍ଗିର, ଦେଓଗଡ଼ ଓ ମାଲକାନଗିରିରୁ ୨ ଲେଖାଏଁ, ବରଗଡ଼, ଭଦ୍ରକ, ଗଞ୍ଜାମ, ଝାରସୁଗଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଓ ଷ୍ଟେଟପୋଲରୁ ଜଣେ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୯ଲକ୍ଷ ୭୯ହଜାର ୩୧୨ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ହଜାର ୪୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୩ହଜାର ୨୮୦ଜଣ ସୁସ୍ଥ ହୋଇଛନ୍ତି, ୧୯୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୯୯ ଜଣ ଚିକିତ୍ସିତ ହେଉଛନ୍ତି।