ରାଜ୍ୟରେ ଦିନକରେ ୫୭୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରେନା ଭୂତାଣୁ ଦିନକୁ ଦିନ ଭୟାନକ ହେଉଛି। ଦୈନନ୍ଦିନ ସଂକ୍ରମଣ ମମଲାରେ ବୃଦ୍ଧି ହେଉଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଆଉ ୫୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୩୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ ୨୩୬ ଜଣ ଲୋକାଲରୁ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୮୦ ଜଣ, ନୂଆପଡ଼ାରୁ ୬୦ ଜଣ, ବରଗଡ଼ରୁ ୪୩ ଜଣ, ଝାରସୁଗୁଡ଼ାରୁ ୩୯ ଜଣ, ଅନୁଗୁଳରୁ ୩୨ ଜଣ, କଟକରୁ ୨୮ ଜଣ, କଳାହାଣ୍ଡିରୁ ୨୪ ଜଣ, ସମ୍ବଲପୁରରୁ ୨୧ ଜଣ, ବଲାଙ୍ଗିରରୁ ୨୦ ଜଣ, ରାୟଗଡ଼ାରୁ ୧୬ ଜଣ, ପୁରୀରୁ ୧୬ ଜଣ, ଯାଜପୁରରୁ ୧୩ ଜଣ, ମୟୂରଭଞ୍ଜରୁ ୧୩ ଜଣ ଓ ବାଲେଶ୍ୱରରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୪୩ ହଜାର ୨୬୮ରେ ପହଞ୍ଚିଛି। ସେହିପରି ୩ ଲକ୍ଷ ୩୭ ହଜାର ୯୩୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୯୨୨ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ୩୩୫୮ ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି।