ମାଲକାନଗିରିରୁ ପୁଣି ୫୬ କୋରନା ପଜିଟିଭ ଚିହ୍ନଟ: ସଂଖ୍ୟା ୧୫୩୧କୁ ବୃଦ୍ଧି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ୫୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରୁ ୩୭, ବାଲିମେଳା ଏନଏସି ଓ କୋରୁକୋଣ୍ଡା ବ୍ଲକରୁ ୨ ଲେଖାଏଁ, ଖଇରପୁଟ ବ୍ଲକରୁ ୪, ମାଥିଲି ବ୍ଲକ, ଚିତ୍ରକୋଣ୍ଡା ବ୍ଲକ ଓ ମାଲକାନଗିରି ବ୍ଲକରୁ ଜଣେ ଲେଖାଏଁ, ପଡ଼ିଆ ବ୍ଲକରୁ ୫ ଓ କାଲିମେଳା ବ୍ଲକରୁ ୩ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୧୯ଜଣ ବିଭିନ୍ନ କ୍ଲିନିକରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୧ଜଣ ଘର ଘର ସର୍ଭେ ସମୟରେ ଚିହ୍ନଟ ହୋଇଥିବାବେଳେ ୨ ଜଣ ବାହାର ରାଜ୍ୟ ଓ ହଟସ୍ପଟ ଜିଲ୍ଲା ଫେରନ୍ତା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୧ ହୋଇଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୯୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୪୬ ଜଣ ଚିକିତ୍ସିତ ହେଉଛନ୍ତି।