ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା, ଖୋଲିବ ଆଉ ୫୫ ଟ୍ରମା କେୟାର ସେଣ୍ଟର

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଅନେକ ଜୀବନ ଦୀପ ଲିଭିଯାଉଛି । ସଡକ ଦୁର୍ଘଟଣାର ଶିକାର ଗୁରୁତରଙ୍କ ଉତ୍ତମ ଚିକିତ୍ସାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଜାତୀୟ ରାଜରଥରେ ଆଉ ୫୫ ଟ୍ରମା କେୟାର କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସଡକ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ନିଃଶୁକ୍ଳ ଚିକିତ୍ସା ଯୋଗାଇବା ଏହାର ଲକ୍ଷ୍ୟ ରହିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

ପ୍ରତି ଜିଲ୍ଲାରେ ଗୋଟିଏ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ଯୋଜନା ଥିବା ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ସୂଚନା ଦେଇଛନ୍ତି । ସଡକ ଦୁର୍ଘଟଣାରେ ମୃତ୍ୟୁ ହାରରେ ଜରୁରୀକାଳୀନ ମେଡିକାଲ କେୟାର (ଟ୍ରମା କେୟାର)କୁ ମଜବୁତ କରିବାରେ ଓଡିଶା ସରକାର ଏବେ ଆଗକୁ ଆସିଛନ୍ତି । ମସ୍ତିଷ୍କ ଆଘାତ ଚିକିତ୍ସା ପାଇଁ ରାଜ୍ୟରେ ୩୩ଟି ଟ୍ରମା କେୟାର ସୁବିଧା ପ୍ରତିଷ୍ଠା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ତିନୋଟି ସ୍ତରରେ କାର୍ଯ୍ୟକାରି ହେବ ।

ଅଧିକ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସଡ଼କ ଟ୍ରାଫିକ୍ ଦୁର୍ଘଟଣା ଯୋଗୁଁ ଟ୍ରମା ପୀଡ଼ିତଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟରେ ଲେବୁଲ-୧ ଟ୍ରମା କେୟାର ସୁବିଧା ସହିତ ୧୮ କର୍ପୋରେଟ୍ ହସ୍ପିଟାଲ କରିଛନ୍ତି । ରାଜ୍ୟ ଦେଇ ଯାଇଥିବା ଜାତୀୟ ରାଜରଥ କଡରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ହେବ । ରାଜ୍ୟ ଦେଇ ଯାଇଥିବା ୨୫ଟି ଜାତୀୟ ରାଜପଥରେ ପ୍ରତି ୫୦ କିମି ଅନ୍ତରରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ହେବ ।